କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଖପ୍ରାମାଲ ଗାଁ ରେ ଅଭାବନୀୟ ଘଟଣା ! ଗ୍ୟାସ ଲିକେଜ ହୋଇ ଜୀବନ୍ତ ଦଗ୍ଧ ହୋଇଗଲେ ଯୁବତୀ
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପ୍ରାମାଲ ଗାଁ ରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗ୍ରାମର କାମେଶ୍ୱର କନ୍ଦପାନଙ୍କ ଝିଅ ଆଜି ସକାଳୁ ରୋଷେଇ ଘରେ ଥିବା ସମୟରେ ରନ୍ଧନ ଗ୍ୟାସରୁ ଲିକ୍ ହୋଇ ନିଆଁ ଲାଗି ଟ୍ଵିଙ୍କଲ କନ୍ଦପାନ ନିଆଁରେ ପୋଡି ଜୀବନ୍ତ ଦ୍ବଗ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି । ଖବର ପାଇ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଆସିବା ପୂର୍ବରୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ ତେବେ ନିଆଁ ଲାଗିବା କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ଥିବା ବେଳେ ଗ୍ଲାସ ଲିକେଜ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। କୋକସରା ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି। ଯୁବତୀ ଙ୍କ ଆକସ୍ମିକ ମୃତ୍ୟୁ ପରେ ଶୋକ ର ଛାୟା ଖେଳିଯାଇଛି।
କଳାହାଣ୍ଡି ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଖପ୍ରାମାଲ ଗାଁ ରେ ଅଭାବନୀୟ ଘଟଣା ! ଗ୍ୟାସ ଲିକେଜ ହୋଇ ଜୀବନ୍ତ ଦଗ୍ଧ ହୋଇଗଲେ ଯୁବତୀ



